ଟ୍ରକ୍ ଧକ୍କାରେ ବସ୍ ଚୂରମାର: ୩୦ ମୃତ, ୭୪ ଜଣ ଆହତ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିବାରୁ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ବସ୍ଟି ସଂପୂର୍ଣ୍ଣ ରୂପ ଧ୍ୱଂସ ପାଇଯାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡେରା ଗାଜି ଖାନ୍ ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଦୁର୍ଘଟଣାରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଲାହୋର ଠାରୁ ୪୬୬ କିମି ଦୂର ଡେରା ଗାଜି ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଭୋର ପ୍ରାୟ ୫.୪୦ରେ ଯାତ୍ରୀବାହୀ ବସ୍ଟି ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor