ମନ୍ତ୍ରୀଙ୍କ ସହ ସେଲଫି ନେଲେ, ପୈଠ କରିବାକୁ ହେବ ୧୦୦ ଟଙ୍କା
ଭୋପାଳ: ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ ଉଷା ଠାକୁରଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀ ଉଷା ଠାକୁର ତାଙ୍କ ସହ ସେଲଫି ନେବା ବଦଳରେ ୧୦୦ ଟଙ୍କା ଦେବାକୁ ଦାବି କରିଛନ୍ତି । ଏଣିକି ତାଙ୍କ ସହ ଯିଏ ବି ସେଲଫି ନେବ ସେମାନଙ୍କୁ ୧୦୦ ଟଙ୍କା ପୈଠ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଟଙ୍କା ଦଳୀୟ ହିତରେ ବ୍ୟବହାର ହେବ । ଏକ କାର୍ଯ୍ୟକ୍ରମରେ ଉଷା କହିଛନ୍ତି ସେଲଫି ନେବା ଏକ ଖରାପ ଅଭ୍ୟାସ । ଲୋକମାନେ ତାଙ୍କ ସହ ସେଲଫି ନେବା ଦ୍ୱାରା ତାଙ୍କର ସମୟ ନଷ୍ଟ ହୁଏ । ତେଣୁ ସେ ଏହା ବଦଳରେ ଲୋକଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଆଣିବେ ଏବଂ ଏହାକୁ ବିଜେପିର ସାଂଗଠନିକ କାର୍ଯ୍ୟରେ ବିନିଯୋଗ କରାଯିବ । ଅନ୍ୟପକ୍ଷରେ ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡାକିଲେ ପୁଷ୍ପଗୁଚ୍ଛ ବଦଳରେ ପୁସ୍ତକ ଉପହାର ଦେବାକୁ ସେ ଅପିଲ କରିଛନ୍ତି ।
Powered by Froala Editor