ୟୁପିରେ ମେଣ୍ଟ ହୋଇ ନିର୍ବାଚନ ଲଢ଼ିପାରେ କଂଗ୍ରେସ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ୟୁପିରେ ମେଣ୍ଟ ହୋଇ ନିର୍ବାଚନ ଲଢ଼ିପାରେ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ସୂଚନା ଦେଇଛନ୍ତି । ତେବେ ଏ ନେଇ ଏବେଠାରୁ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନଥିବା ସେ ପ୍ରକାଶ କରିଛନ୍ତି । ସେତେବେଳେ ପରିସ୍ଥିତିରେ ଲୋକମାନଙ୍କ ଆଗ୍ରହ ଅନୁଯାୟୀ କଂଗ୍ରେସ ଏହାର ନିଷ୍ପତ୍ତି ଗ୍ରହଣ କରିବ । ୟୁପିରେ କଂଗ୍ରେସ ସଂଗଠନକୁ ପ୍ରତ୍ୟେକ ସ୍ତରରେ ମଜବୁତ କରିବାକୁ ପ୍ରୟାସ କରାଯାଉଛି । ଆବଶ୍ୟକ ପଡ଼ିଲେ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ କରିପାରେ ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ବହୁଜନ ସମାଜପାର୍ଟି (ବସପା) ମୁଖ୍ୟ ମାୟାବତୀ ରାଜ୍ୟରେ ବ୍ରାହ୍ମଣ ଭୋଟ ଆତେଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମାୟାବତୀ ଜୁଲାଇ ୨୩ରେ ୟୁପିରେ ବ୍ରାହ୍ମଣ ସମ୍ମିଳନୀ କରିବାକୁ ଘୋଷଣା କରିଛନ୍ତି ।
Powered by Froala Editor