କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ ନେଇ ଏହି ସୂଚନା ଦେଲେ କଟକ ଡିସିପି
ଭୁବନେଶ୍ଵର: କଟକ ଶିଖରପୁର ଅଞ୍ଚଳରେ ଏକ ହୋଟେଲରେ ଚଢାଉ କରି ପଶ୍ଚିମବଙ୍ଗର ୩୨ଜଣଙ୍କୁ ଅଟକ ରଖିଛି ପୁଲିସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଘଟଣା ଉପରୁ ପରଦା ଉଠାଇଛନ୍ତି କଟକ ଡିସିପି । ସେ କହିଛନ୍ତି ଠକି ଯାଇଥିବା କିଛି ନିବେଶକାରୀ ସେମାନଙ୍କୁ ଆଣି ହୋଟେଲରେ ରଖିଥିଲେ । ପୁରୀରେ ଲୁଚିଥିଲେ, ସେମାନଙ୍କୁ ଆଣି କଟକରେ ରଖିଥିଲେ । ପ୍ରାୟତଃ ସେମାନେ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।
Powered by Froala Editor