ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ
କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥର ବାଇସିଙ୍ଗା ପଞ୍ଚାୟତର ମାଳପୁରା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି। ଆନନ୍ଦପୁର ଅଞ୍ଚଳର ଭାବଗ୍ରାହୀ କାରୁଆ ତାଙ୍କ ପତ୍ନୀ ଜାନକୀ ଝିଆରୀ ନାଣ୍ଡି, ଝିଅ ଗୀତାଞ୍ଜଳୀ ଏକ ବାଇକ ଯୋଗେ କାମାକ୍ଷାନଗର ଆସୁଥିଲେ। ମାଳପୂରା ନିକଟସ୍ଥ ଜାତୀୟ ରାଜପଥ ଓଭରବ୍ରିଜରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଭାବଗ୍ରାହୀଙ୍କ ସମେତ ଝିଆରି ନାଣ୍ଡି ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଜାନକୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଜାନକୀଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
Powered by Froala Editor