ଭୁଜାଲିରେ ମାଡରେ ୩ ଗୁରୁତର
ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଚାଉଁରିଆପାଳ ଗାଁରେ ୨ ହଜାର ଟଙ୍କା ଧାରକୁ ନେଇ ଭୁଜାଲି ମାଡ଼ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୂରପେଟା ଗାଁର ହରି ପ୍ରଧାନ ଙ୍କ ପୁଅ ବିଷ୍ଣୁ ପ୍ରଧାନ (୨୨) ବାଗେଡିଆ ଥାନା ଅନ୍ତର୍ଗତ ଚାଉଁରିଆପାଳ ଗାଁର ବବ୍ଲୁ ନାମକ ଜଣେ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଧାର ଦେଇଥିଲେ। ବିଷ୍ଣୁ ବାରମ୍ବାର ଟଙ୍କା ମାଗିଥିଲେ ହେଲେ ବବ୍ଲୁ ଧାର ଟଙ୍କା ଦେବାକୁ ତାଙ୍କ ଗାଁ ଚାଉଁରିଆପାଳ କୁ ଡାକିଥିଲା। ବିଷ୍ଣୁ ଜଣେ ଟ୍ରକ ଡ୍ରାଇଭର। ତେଣୁ ଏକ ବାଇକ୍ ରେ ବିଷ୍ଣୁ ତାଙ୍କ ସାଙ୍ଗ ପିନୁ ନାୟକ (୨୭) ଓ ଶୁକାନ୍ତ ମାଝୀ (୨୩) ଙ୍କୁ ନେଇ ଚାଉଁରିଆପାଳ ଗାଁକୁ ଯାଇଥିଲେ। ସେହି ସମୟରେ ବବ୍ଲୁ ତାଙ୍କ ସାଙ୍ଗମାନଙ୍କୁ ଧରି ଏକ ଭୁଜାଲିରେ ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ।
Powered by Froala Editor