ସୋନିଆଙ୍କୁ ଭେଟିଲେ ସିଦ୍ଧୁ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶୁକ୍ରବାର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ବିବାଦକୁ ନେଇ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ ମୁଖ୍ୟ ନିଯୁକ୍ତି ଦିଆଯିବା ନେଇ ଦଳ ନିଷ୍ପତ୍ତି ନେଇଛି । ତେବେ ନିଜର ଏହି ନିଯୁକ୍ତି ପୂର୍ବରୁ ସିଦ୍ଧୁ ସୋନିଆଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରେ ସିଦ୍ଧୁ ସନ୍ତୁଷ୍ଟ ନାହାନ୍ତି । ଗୁରୁବାର ସିଦ୍ଧୁ -ଅମରିନ୍ଦରଙ୍କ ବିବାଦର ସମାଧାନ ସୂତ୍ର ବାହାର କରାଯାଇଥିବା ସମ୍ପର୍କରେ ଦଳର ପ୍ରଭାରି ହରୀଶ ରାୱତ କହିଥିଲେ । ସମାଧାନ ସୂତ୍ର ଅନୁସାରେ ସିଦ୍ଧୁଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦ ଦିଆଯିବ । ସମାଧାନ ସୂତ୍ରରେ ଅସନ୍ତୁଷ୍ଟ ଥିବା ସିଦ୍ଧୁ ଗୁରୁବାର ପଞ୍ଜାବ ସରକାରର ୪ ଜଣ ମନ୍ତ୍ରୀ ଓ ୬ ବିଧାୟକଙ୍କୁ ଭେଟିଥିଲେ । ତେବେ ସିଦ୍ଧୁଙ୍କୁ ରାଜ୍ୟ ସଭାପତି ନିଯୁକ୍ତି ଦିଆଯିବା ନିଷ୍ପତ୍ତି ଉପରେ ଅମରିନ୍ଦର ଅସନ୍ତୋଷ ବ୍ୟକ୍ତ କରି ସୋନିଆଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠିରେ ଅମରିନ୍ଦର ପଞ୍ଜାବ ରାଜନୀତି ଓ ସରକାରରେ ବଳପୂର୍ବକ ହସ୍ତକ୍ଷେପ ନ କରିବାକୁ ସୋନିଆଙ୍କୁ କହିଛନ୍ତି । ଏପରି ହେଲେ ଦଳ ଓ ସରକାରକୁ କ୍ଷତି ପହଞ୍ଚିବ ବୋଲି ଅମରିନ୍ଦର କହିଛନ୍ତି ।
Powered by Froala Editor