ବିକଳ୍ପ ମାର୍କ ସମ୍ପର୍କରେ ଏମିତି କହିଲେ ମନ୍ତ୍ରୀ ଜାଣନ୍ତୁ
ଭୁବନେଶ୍ୱର: ପରୀକ୍ଷା ପୂର୍ବରୁ କିମ୍ବା ପରୀକ୍ଷା ବେଳେ କରୋନାରେ ଆକ୍ରାନ୍ତ ହେଲେ ବିକଳ୍ପ ମାର୍କ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଥିବାବେଳେ ରବିବାର ଓଡ଼ିଶା ପରିପ୍ରେକ୍ଷୀରେ ଏହାକୁ ଲାଗୁ କରାଯିବ କି ନାହିଁ ସେ ନେଇ ମନ୍ତ୍ରୀ ଶ୍ରୀ ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ସିବିଏସଇର ନିଷ୍ପତ୍ତିକୁ ଅନୁଧ୍ୟାନ କରାଯାଉଛି । ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ଯେଭଳି ନଷ୍ଟ ନହୁଏ ସିବିଏସଇ ପଦକ୍ଷେପ ନେଇଛି । ଆମେ ଏନେଇ ଅନୁଧ୍ୟାନ କରୁଛୁ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନିଆଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ , କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ନୂଆ ନିଷ୍ପତ୍ତି ନେଇଛି । ପରୀକ୍ଷା ପୂର୍ବରୁ କିମ୍ବା ପରୀକ୍ଷା ବେଳେ ଆକ୍ରାନ୍ତ ହେଲେ ସିବିଏସଇ ପକ୍ଷରୁ ବିକଳ୍ପ ମାର୍କ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଯେ, ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ଯାହାକୁ ନେଇ ସ୍କୁଲ ଓ କଲେଜରେ ପାଠପଢା ବ୍ୟାହତ ହୋଇଛି ।