ବିସ୍ଫୋରଣ: ମାଟିରେ ମିଶିଗଲା ଗୋଦାମ ଘର ଛାତ, ଜଣେ ମୃତ
ଭୁବନେଶ୍ବର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଏବଂ ଛତ୍ରପୁର ଗ୍ରାମ ମଧ୍ୟ ଭାଗରେ ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଗୋଦାମ ଘର ଛାତ ମଧ୍ୟ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଏବଂ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।
Powered by Froala Editor