ବାହୁଡ଼ାରେ ବି ଛାତ ଉପରକୁ ଦେଖିହେବନି ରଥ
ପୁରୀ: କରୋନା କଟକଣାରେ ଚଳିତ ବର୍ଷ ଅନୁଷ୍ଠିତ ରଥଯାତ୍ରା ବେଳେ ପୁରୀରେ କର୍ଫୁ୍ୟ ଜାରି କରାଯାଇଥିଲା । ସେତେବେଳେ ଛାତ ଉପରୁ ରଥ ଦେଖିବା ଉପରେ କଟକଣା ଜାରି କରାଯାଇଥିଲା । ତେବେ ବାହୁଡ଼ା ଯାତ୍ରାରେ ଘର ଛାତ ଉପରୁ କାଳିଆକୁ ଦେଖିବେ ବୋଲି ଲୋକେ ଆଶା ବାନ୍ଧିଥିଲେ । କିନ୍ତୁ ତାହା ବି ହୋଇପାରିବ ନାହିଁ । କାରଣ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ବି ପୁରୀରେ କର୍ଫୁ୍ୟ ଲାଗୁ ରହିବ । ରଥଯାତ୍ରା ପରି ବାହୁଡ଼ାଯାତ୍ରାରେ ମଧ୍ୟ ହେବ ପୁରୀରେ କର୍ଫ୍ୟୁ । ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଅନୁଯାୟୀ ସୁରୁଖୁରେ ରଥଯାତ୍ରା ପରି ବାହୁଡ଼ାଯାତ୍ରା ମଧ୍ୟ କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି,୨୧ ଜଣ ଡିଏସପି,୬୪ ଜଣ ଇନସପେକ୍ଟର,୨୨୨ ଏଏସଆଇ ଏବଂ ଏସଆଇଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହାସହ ସୋମବାର ରାତି ୮ଟାରୁ ପୁରୀରେ କର୍ଫ୍ୟୁ ଲାଗୁ ହେବ। ବଡ ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ମଧ୍ୟ ଖାଲି କରାଯାଇଛି। ରଥଯାତ୍ରା ପରି ବଡଦାଣ୍ଡରେ ଥିବା ଘରର ଲୋକେ ମଧ୍ୟ ଛାତ ଉପରେ ଠିଆ ହୋଇ ବାହୁଡ଼ାଯାତ୍ରା ଦେଖିପାରିବେ ନାହିଁ। ଏହିପରି ଭାବରେ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ଗାଇଡଲାଇନ ଜାରି କରାଯାଇଛି।
Powered by Froala Editor