ବିଜେପି ସରକାର ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ
ଭୁବନେଶ୍ବର: ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । ଗୁରୁବାର କଂଗ୍ରେସ ବିଧାୟକମାନେ ଚିଠି ଦେବା ସହ ମୋହନ ମାଝୀଙ୍କ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତାମାନେ ଦାବି କରିଛନ୍ତି । ଅନ୍ୟପଟେ ବିରୋଧୀ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନାହିଁ । କଂଗ୍ରେସ କିନ୍ତୁ ବିରୋଧୀ ଦଳର ସହଯୋଗ ଲୋଡିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରରେ କଂଗ୍ରେସ ନେତା ପହଞ୍ଚି ସହଯୋଗ ଲୋଡିଛନ୍ତି।
ଏସମ୍ପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସର ନେତାମାନେ ଏନେଇ ବିଜେଡି ଏସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଆଲୋଚନା କରିନାହାନ୍ତି । ହେଲେ ଆମେ ଆମ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ।
Powered by Froala Editor