ସୁଭଦ୍ରା ହିତାଧିକାରୀଙ୍କ ପାଇଁ ପୁଣି ବଡ ଘୋଷଣା, ୬୦ ବର୍ଷ ପରେ ପେନ୍ସନ୍
ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ପୁଣି ବଡ ଘୋଷଣା । ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀ ପାଇବେ ପେନ୍ସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସୁରକ୍ଷା ବିଭାଗ ଚିଠି ଲେଖିଛି ।
ହିତାଧିକାରୀ ୬୦ ବର୍ଷ ବୟସ ପରେ ଏମବିପିୱାଇ/ଏନଏସଏପି ଅଧୀନରେ ସାମାଜିକ ସୁରକ୍ଷା ପେନସନ ପାଇଁ ଯୋଗ୍ୟ ହୋଇପାରିବେ । ୬୦ ବର୍ଷ ବୟସ ହେବା ପରେ ତାଙ୍କୁ ଆବେଦନ କରିବାକୁ ପଡିବ । ପ୍ରଥମେ ଅଧିକ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ ।
Powered by Froala Editor