ଝୁଲନ୍ତା ଅବସ୍ଥାରେ ଶ୍ଵଶୁର ଘର ଗାଁରୁ ଜ୍ବାଇଁଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଗାଁରେ ଅଘଟଣ ଘଟିଛି। ଶ୍ଵଶୁର ଘର ଗାଁରୁ ଜ୍ବାଇଁଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସାଲେପଡ଼ା ଗାଁର ଲମ୍ବୋଦର ବାଗ ବୋଲି ଜଣାପଡିଛି। ସୂଚନା ମୂତାବକ ସାଲେପଡା ଗାଁର ଲମ୍ବୋଦର ବାଗ ଗତ ୪ ଦିନ ହେବ ନିଜ ଶ୍ଵଶୁର ଘର ଗାଁକୁ ଯାଇଥିଲେ।
ବୁଧବାର ଶ୍ଵଶୁର ଘରୁ ବାହାରିଥିଲେ। ହେଲେ ଗୁରୁବାର ସକାଳୁ ଗାଁରେ ଥିବା ଆମ୍ବ ବଗିଚାରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor