ଆସନ୍ତାକାଲି ଯାଏଁ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର : ଗୁରୁବାର ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହୋଇଛି। ବାଚସ୍ପତି ସୁରମା ପାଢୀ ବିଧାନସଭାର ଗୃହ କାର୍ଯ୍ୟ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ମୌସୁମୀ ଅଧିବେଶନର ଆରମ୍ଭରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ଓଡ଼ିଶା ପୁଲିସର ଲୋକନାଥ ଶବର ଏବଂ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୨୬ତାରିଖ ଯାଏଁ ଚାଲିବ । ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି ।
Powered by Froala Editor