ବିଜେଡିରୁ ବହିଷ୍କୃତ ହେଲେ ମାନସ ବସ୍ତିଆ
ଭୁବନେଶ୍ବର: କଟକ ଜିଲା ଆଠଗଡ଼ର ମାନସ ବସ୍ତିଆଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ବହିଷ୍କୃତ ହୋଇଛନ୍ତି। ବିଜେଡି ସଭାପତିଙ୍କ ଆଦେଶକ୍ରମେ ଉପସଭାପତି (ମୁଖ୍ୟାଳୟ) ପ୍ରତାପ ଜେନାଙ୍କ ଦସ୍ତଖତରେ ଏନେଇ ନିର୍ଦେଶନାମା ଜାରି ହୋଇଛି। ଗତବର୍ଷ ଜୁନ ୧୯ ତାରିଖରେ ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଥିଲା ଯେ, ମାନସ ବସ୍ତିଆ ନାମକ ଜନୈକ ବ୍ୟକ୍ତି ନିଜକୁ ବିଜେଡି କର୍ମକର୍ତ୍ତା ଭାବେ ପରିଚୟ ଦେଇ ବିଭିନ୍ନ ଗଣମାଧ୍ୟମରେ ଦଳର ନେତୃତ୍ବଙ୍କ ବିରୋଧେର ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଦୃଷ୍ଟିଗୋଚର ହୋଇଛି। ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
Powered by Froala Editor