୨୮ କୋଟି ଟଙ୍କାର ଔଷଧ କ୍ରୟ କରିବେ ସରକାର
ଭୁବନେଶ୍ୱର: ରାଜ୍ୟରେ କିଣାହେବ ୨୮ କୋଟି ଟଙ୍କାର ଆୟୁଷ ଔଷଧ। ଯାହା ସମସ୍ତ ଆୟୁଷ ଭେଷଜ ମହାବିଦ୍ୟାଳୟ, ହସ୍ପିଟାଲ ଏବଂ ଡିସ୍ପେନସାରୀକୁ ଯୋଗାଇ ଦିଆଯିବ। ଯେଉଁଥିରେ ହୋମିଓପାଥି ନିମନ୍ତେ ୫ କୋଟି ଓ ଆୟୁର୍ବେଦ ଔଷଧ ନିମନ୍ତେ ୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଆୟୁଷ ବିଭାଗରେ କାର୍ଯ୍ୟକାରୀ ହେବ ନିଦାନ।
ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ହସ୍ପିଟାଲରେ ଏହି ସୁବିଧା ମିଳିବ। ଏହାସାଙ୍ଗକୁ ରୋଗୀ କଲ୍ୟାଣ ସମିତି ମଧ୍ୟ ଗଠନ ହେବ। ଏନେଇ ସରକାର ନିଷ୍ପତ୍ତି ନେଇଥିବାବେଳେ ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟକାରୀ ନିମନ୍ତେ ପ୍ରାୟ ମାସେରୁ ଦୁଇ ମାସ ସମୟ ଲାଗିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବରୁ ଆୟୁଷ ଚିକିତ୍ସା ନିମନ୍ତେ ନିଆଯାଉଥିବା ୟୁଜର୍ସ ଫି’କୁ ଚଳିତ ମାସରୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ରାଜ୍ୟର ବିଭିନ୍ନ ଆୟୁଷ ହସ୍ପିଟାଲରେ ଔଷଧ ଅଭାବ ଦେଖାଦେଉଛି। ଏମିତିକି ମାସ ମାସ ଧରି ନିର୍ଦିଷ୍ଟ ସମୟରେ ଔଷଧ ପହଞ୍ଚୁନାହିଁ। ଏହାଦ୍ବାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯେଉଁ ଔଷଧ ପହଞ୍ଚୁଛି ତାହା ଆବଶ୍ୟକତା ପୂରଣ କରିପାରୁନାହିଁ। ରାଜ୍ୟର ବିଭିନ୍ନ ଜିଲାରୁ ଏଭଳି ଅଭିଯୋଗ ଆସୁଛି। ଏହି ଅବଶ୍ୟକତା ପୂରଣ କରିବାକୁ ଯାଇ ସରକାର ୨୦୨୪-୨୫ ବର୍ଷ ପାଇଁ ୨୮ କୋଟି ଟଙ୍କାର ଔଷଧ କ୍ରୟ କରିବେ। ଏନେଇ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ୧୮ଟି କମ୍ପାନୀ ଔଷଧ ଯୋଗାଇବେ ବୋଲି ଜଣାପଡ଼ିଛି।
Powered by Froala Editor