ଯାଉଥିଲେ ରୋଗୀ, ବନ୍ଦ ହୋଇଗଲା ଲିଫ୍ଟ

ଭୁବନେଶ୍ବର: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଟ୍ରମା କେୟାର ୟୁନିଟ୍ର ଲିଫ୍ଟରେ ଜଣେ ରୋଗୀ ୩ଘଣ୍ଟା ଫସି ରହିଥିବା ଜଣାପଡିଛି। ଟ୍ରମା କେୟାର ହସ୍ପିଟାଲ ନୂତନ ଗୃହ ଲିଫ୍ଟରେ ଜଣେ ରୋଗୀ ପ୍ରଥମ ମହଲାକୁ ଯିବାବେଳେ ଲିଫ୍ଟଟି ହଠାତ ବନ୍ଦ ହୋଇଯାଇଥିଲା। ଲିଫ୍ଟରୁ ବାହାରିବା ପାଇଁ ଚିତ୍କାର କରିଥିଲେ ମଧ୍ୟ ବାହାରକୁ ଶୁଭିନଥିଲା। ୩ଘଣ୍ଟା ଧରି ଲିଫ୍ଟରେ ଅଟକି ରହିବା ପରେ ଜଣେ ବନ୍ଧୁଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇପାରିଥିଲା। ସେ ବନ୍ଧୁ ଜଣକ ଆସିବା ପରେ ତାଙ୍କୁ ଲିଫ୍ଟ ଭିତରୁ ଉଦ୍ଧାର କରାଯାଇଥିଲା।
Powered by Froala Editor