ଉଚ୍ଚ ଶିକ୍ଷା ପାଠପଢା ପାଇଁ ଗାଇଡଲାଇନ ଜାରିକଲା ୟୁଜିସି
ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୧ ତାରିଖରୁ ଚଳିତ ବର୍ଷ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ । ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ୨୦୨୧-୨୨ ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।
୨୦୨୧-୨୨ ଶିକ୍ଷାବର୍ଷ ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି କଲା ୟୁଜିସି । ଖୁବଶୀଘ୍ର ବିଭିନ୍ନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ୟୁଜିସି କହିଛି । ଏଣ୍ଟ୍ରାନ୍ସ ରେଜଲ୍ଟ ବିଳମ୍ବ ହେଲେ ମଧ୍ୟ ଅକ୍ଟୋବର ୧ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋରୋନା ଜନିତ କୌଣସି କାରଣରୁ ଛାତ୍ରଛାତ୍ରୀ ଆଡମିଶନ କରିନପାରିବେ ତେବେ ଫର୍ମ ପୂରଣ ବାବଦକୁ ସବୁ ଟଙ୍କା ଫେରସ୍ତ କରାଯାଇବ ।
ସେପ୍ଟେମ୍ବର ୩୦ ସୁଦ୍ଧା ଆଡମିସନ ପ୍ରକ୍ରିୟା ଶେଷ କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି । ଅକ୍ଟୋବର ୧ ସୁଦ୍ଧା ପିଜି ଓ ୟୁଜି ପାଠପଢ଼ା ଆରମ୍ଭ ହେବା ସହ ଜୁଲାଇ ୩୧ ୨୦୨୨ ସୁଦ୍ଧା ଶେଷକରି ପ୍ରଥମ ବର୍ଷ ପିଲାଙ୍କ ସେମିଷ୍ଟର ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଜୁଲାଇରେ ପରୀକ୍ଷା ସରିବା ପରେ ଅଗଷ୍ଟ ୧ ୨୦୨୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରାଯିବ ।
Powered by Froala Editor