୧୦୮ କିଲୋ ଗଞ୍ଜେଇ ଜବତ ସହ ଜଣେ ଗିରଫ
ଭୁବନେଶ୍ବର: କନ୍ଧମାଳ ଜିଲାରେ କିଛିଦିନ ହେଲା ବିଭିନ୍ନ ଥାନା ପକ୍ଷରୁ ଅପରେସନ ପ୍ରହାରକୁ ଜୋରଦାର କରାଯାଇଛି । ଜିଲାରେ ସବୁବେଳେ ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଗୋଛାପଡା ପୋଲିସ ପୁଣି ଏକ ବୋଲେରୋ ସହ ୧୦୮ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ଗୋଛାପଡା ଥାନା କୁଲିକୁଡା ଗାଁର ମନୋରଞ୍ଜନ ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଚ୍ଛାପଡ଼ା ଅଞ୍ଚଳରୁ ବାଲନ୍ଦାପଡ଼ା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବେଲାଡଲି ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ଗାଡିକୁ ଅଟକାଇ ଥିଲେ । ୧୦୮ କିଲୋ ଗଞ୍ଜେଇ ଜବତ ସହ ଡ୍ରାଇଭରକୁ ଗିରଫ କରିଛି ପୁଲିସ।
Powered by Froala Editor