ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ କର୍ମଚାରୀ
ଭୁବନେଶ୍ୱର: ୪୨ଦିନ ହେବ ଦରମା ମିଳିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ କର୍ମଚାରୀ । ଠିକ୍ ସମୟରେ ଦରମା ନମିଳିବାରୁ ପ୍ରତିବାଦ କରିବା ସହ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି ଆମ ବସର ଡ୍ରାଇଭର । ଭୁବନେଶ୍ୱର ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ପାଖାପାଖି ୪୩ଟି ବସ୍ ବନ୍ଦ ପଡିଥିବାରୁ ଯାତ୍ରୀମାନେ ଆଜି ହନ୍ତସନ୍ତ ହୋଇଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ଚାଳକମାନେ ଗାଡି ଚଲାଉଛନ୍ତି । ୪୨ଦିନ ବିତିଥିଲେ ବି ଦରମା ଏପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ କରିଛନ୍ତି । ଏହାସହିତ ଓଭର ଡ୍ୟୁଟି ଚାପ, ଇଏସଆଇ ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ ହୋଇଛି ।
Powered by Froala Editor