କ୍ଷୀରରେ ମିଶୁଛି ଲୁଣ, ପାଉଡର, କେମିକାଲ୍
ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ଏହି ଚଢାଉ କରାଯାଇଥିଲା। ପୂର୍ବାହ୍ନରେ ଗୁରୁଡିଝାଟିଆ ପୁଲିସ ଅପମିଶ୍ରଣ କରୁଥିବା କ୍ଷୀର ବୋଝେଇ ଟ୍ୟାଙ୍କରକୁ ଜବତ କରି ଥାନାକୁ ଆଣିଛି।
ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରଣ ଚାଲିଥିବା ନେଇ ନଜର ରଖିଥିଲା ପୋଲିସ। ମେସିନ୍ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଇ ବଜାରକୁ ଛଡ଼ାଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ପୁଲିସ ଏକ ଜବତ ଟ୍ୟାଙ୍କରରେ ପ୍ରାୟ ୨୫ ହଜାର ଲିଟର କ୍ଷୀର ରହିଛି। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଜବତ କ୍ଷୀର ବୋଝେଇ ଟ୍ୟାଙ୍କରଟି ସମ୍ବଲପୁର ଜିଲ୍ଲାରୁ କଟକ ଅଭିମୁଖେ ଆସୁଥିଲା। ବାଟରେ ଗୁରୁଡିଝାଟିଆ ଥାନା ଅଞ୍ଚଳର କୁଷ୍ପଙ୍ଗି ନିକଟସ୍ଥ ୫୫ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ହୋଟେଲ ପଛରେ କ୍ଷୀର ବୋଝେଇ ଟ୍ୟାଙ୍କର ଅପମିଶ୍ରଣ କରୁଥିବା ନେଇ ସ୍ଥାନୀୟ ପୁଲିସର ଉପନିରୀକ୍ଷକ ତନୁଶ୍ରୀ ସାହୁ ଆଜି ଭୋର ରୁ ସୂଚନା ପାଇବା ପରେ ଚଢାଉ କରିଥିଲେ। କ୍ଷୀର ବୋଝେଇ ଟ୍ୟାଙ୍କରଟି ଓମଫେଡ କି ନାହିଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଓମଫେଡ କର୍ତ୍ତୃପକ୍ଷ ମନା କରିଥିବା ଜଣାଯାଇଛି। ଏବେ ପୁଲିସ ଅଧିକ ତଦନ୍ତ ଚଳାଇଛି।
Powered by Froala Editor