ବିଜେଡିରୁ ଇସ୍ତଫା ଦେଲେ ଏନ୍.ଭାସ୍କର ରାଓ
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ତେବେ ଏନ୍.ଭାସ୍କର ରାଓ ଇସ୍ତଫା ଦେବା ସହ ବିଜୁ ସ୍ୱାଭିମାନ ମଞ୍ଚ ଗଠନ ନେଇ ସେ ସୂଚନା ଦେଇଛନ୍ତି ।
ତେବେ ସୂଚନା ଅନୁସାରେ ବିଜେଡିର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଭାସ୍କର ରାଓ । ସାମ୍ବାଦିକ ସମ୍ମିଳନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲା ସଭାପତି ଚୟନ ନେଇ ଅସନ୍ତୁଷ୍ଟ ଥିଲେ ଏନ୍.ଭାସ୍କର ରାଓ ।
Powered by Froala Editor