ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ
ଭୁବନେଶ୍ବର: ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି । ୬୯ବର୍ଷ ବୟସରେ ଚେନ୍ନାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଥିବା ସୂଚନା ମିଳିଛି । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Powered by Froala Editor