ହୀରାକୁଦରୁ ୬ ଫାଟକ ଖୋଲାଯାଇ ନିଷ୍କାସିତ ହେଉଛି ବନ୍ୟାଜଳ
ହୀରାକୁଦ: ଉପରମୁଣ୍ଡରେ ବର୍ଷା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୬ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରାହ୍ଣ ୩ଟାରେ ୨ଟି ଏବଂ ୫ଟାରେ ଅତିରିକ୍ତ ୪ଟି ଫାଟକ ଖୋଲାଯାଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୨୬.୩୫ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୯୫,୨୭୭ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ବିଭିନ୍ନ ମାଧ୍ୟମରେ ୧ ଲକ୍ଷ ୩୩ ହଜାର ୩୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
Powered by Froala Editor