୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦୀ
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି । କୋଭିଡ ପରିଚାଳନା ସମ୍ପର୍କରେ ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ସମେତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ଏହି ଅବସରରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା କ’ଣ ସେସବୁ ପରାମର୍ଶ:
ମୋଦୀ କହିଛନ୍ତି ଯେ, ଏକ୍ସପର୍ଟ କହୁଛନ୍ତି ଲଗାତାର କେସ ବଢିଲେ ମୁ୍ୟଟେସନ ବଢିଯାଏ । ମୁ୍ୟଟେସନ ବଢିବା ଦ୍ୱାରା ଭୂତାଣୁ ଅଧିକ ଶକ୍ତିଶାଳୀ ହୋଇଥାଏ । ଏଥିପାଇଁ ୩ୟ ଲହର ରୋକିବାକୁ ହେଲେ କଡ଼ା ପଦକ୍ଷେପ ନେବା ଜରୁରୀ । ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟିକାକୁ ଗୁରୁତ୍ୱର ସହ ଆଗେଇ ନେବାକୁ ପଡ଼ିବ । ଯେଉଁଠି ପଜିଟିଭିଟି ଅଧିକ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଉ । ନର୍ଥଇଷ୍ଟରେ କିଛି ରାଜ୍ୟରେ ବିଲକୁଲ ଲକଡାଉନ କରାଯାଇନାହିଁ । ସେମାନେ ମାଇକ୍ରୋ କଣ୍ଟେନମେଣ୍ଟ କରି ଲକଡାଉନ ଏଡ଼ାଇ ପାରିଛନ୍ତି । ଟିକା ଆମ ପାଇଁ ବଡ଼ ଅସ୍ତ୍ର, ଏହାକୁ ଠିକ ଢଙ୍ଗରେ ପରିଚାଳନା କରାଯାଉ । କରୋନାକୁ ରୋକିବା ପାଇଁ ଅଧିକରୁ ଅଧିକ ଟିକାକରଣ କରାଯାଉ । ଗ୍ରାମାଞ୍ଚଳରେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଅକ୍ସିଜେନ ପ୍ଲାଣ୍ଟ ପାଇଁ କୌଣସି ସିନିୟର ଅଫିସରଙ୍କୁ ଦାୟିତ୍ୱ ଦିଅନ୍ତୁ । ୧୫/୨୦ ଦିନରେ କାମ ସାରବିାକୁ ମିଶନ ମୋଡ ନିଆଯାଉ । ୟୁରୋପ ଓ ଏସଆର କିଛି ଦେଶରେ ପୁଣି ସଂକ୍ରମଣ ବଢୁଛି । ଆମ ପାଇଁ ଏହା ଏକ ଚେତାବନୀ । ଆମେ ଆଦୌ ଢିଲା ହେବାନି । କରୋନା ଯାଇନାହିଁ ବୋଲି ଲୋକଙ୍କୁ ବୁଝାଇବାକୁ ପଡ଼ିପ । ସାର୍ବଜନୀନ ସ୍ଥାନରେ ଭିଡ଼ ରୋକିବାକୁ ଅଧିକ ସଶକ୍ତ ହେବାକୁ ପଡ଼ିବ । ଛୋଟ ପିଲାଙ୍କୁ କରୋନାରୁ ରକ୍ଷା କରିବାକୁ ପ୍ରସ୍ତୁତି ଜୋରଦାର କରାଯାଉ ବୋଲି ମୋଦୀ ପରାମର୍ଶ ଦେଇଛନ୍ତି ।
Powered by Froala Editor