୩ ରଥରେ ଫାଟ, ଚାଲିଛି ମରାମତି

ପୁରୀ: ଆସନ୍ତା ୧୭ତାରିଖରେ ତିନିରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ। ତିନିରଥରେ ରହିଛି ସାମାନ୍ୟ ଫାଟ। ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ। ସେହିଭଳି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ। ଏହାକୁ ମରାମତି କରାଯାଉଛି। ଦଶମହାରଣା ଛଅଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି। ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି।
Powered by Froala Editor