ୟୁକ୍ରେନ୍ରେ ମହିଳା ସେନାବାହିନୀଙ୍କ ସଂଖ୍ୟା ଅଧିକ
ମହିଳା ଏବେ ଆଗରେ । ସେ ଯେକୌଣସି ପଦବି ହେଉନା କାହିଁକି ବେଶ୍ ସଫଳତାର ସହ ତୁଲାଉଛନ୍ତି କାର୍ଯ୍ୟଭାର । ଭାରତରେ ଅପରେସନ ସିନ୍ଦୂରରେ ମହିଳା ଅଫିସରଙ୍କ ଯୋଗଦାନ ବଡ ମହତ୍ୱପୂର୍ଣ୍ଣ ଥିଲା । ତେବେ ଜାଣନ୍ତି କି, ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍ ସେନାରେ ମହିଳାଙ୍କ ଭାଗିଦାରୀ ଦ୍ରୁତ ଗତିରେ ବଢ଼ିଛି । ସାଢ଼େ ୩ ବର୍ଷରେ ସେନାରେ ମହିଳାଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ହୋଇଛି । ବର୍ତ୍ତମାନ ୟୁକ୍ରେନ୍ ସେନାରେ ମୋଟ୍ ୧୦ ଲକ୍ଷ ସୈନ୍ୟ ଅଛନ୍ତି ।
୨୦୨୨ରେ ରୁଷ୍ର ଆକ୍ରମଣ ପୂର୍ବରୁ ୟୁକ୍ରେନ୍ ସେନାରେ ୧୫ ପ୍ରତିଶତ ମହିଳା ଥିଲେ । ଏବେ ଏମାନଙ୍କ ସଂଖ୍ୟା ଦୁଇଗୁଣ ହୋଇଛି । ଗ୍ରିଗୋରିଏଭା କହିଛନ୍ତି, ସୈନିକ ସ୍କୁଲ୍ ଓ କଲେଜରେ ଏବେ ୨୦ ପ୍ରତିଶତ ଛାତ୍ରୀ ଅଛନ୍ତି³ ଯାହା ଏକ ବଡ଼ ପରିବର୍ତ୍ତନ ।
ସଶସ୍ତ୍ର ବାହିନୀର ପରାମର୍ଶଦାତା ଓକସାନା ଗ୍ରିଗୋରିଏଭା କହନ୍ତି, ରୁଷ୍ ବିରୋଧରେ ଏବେ ୫,୫୦୦ ମହିଳା ପ୍ରତ୍ୟେକ ମୋର୍ଚ୍ଚାରେ ସାମିଲ ହୋଇଛନ୍ତି । ଏମାନେ ଡ୍ରୋନ୍ଠୁ ଆରମ୍ଭ କରି ଯୁଦ୍ଧରେ ତୋପ ମଧ୍ୟ ସମ୍ଭାଳୁଛନ୍ତି ।
ତୋପଖାନା କମାଣ୍ଡର ଓଲ୍ହା ବିହାର କହିଛନ୍ତି, ଟେକ୍ନୋଲୋଜି ଯୁଦ୍ଧକୁ ବଦଳାଉଛି । ଡ୍ରୋନ୍ ପାଇଲଟ୍ ଏଣିକି ସବୁଠୁ ଭଲ ସୈନ୍ୟ ହୋଇପାରେ । ସେ ଦିନେ ରକ୍ଷା ମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି ।
Powered by Froala Editor