ଆଜିଠୁ ଭୁବନେଶ୍ବର ଏମ୍ସରେ ଏକମୋ ଚିକିତ୍ସା ଆରମ୍ଭ
ଭୁବନେଶ୍ବର: ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ, ଭୁବନେଶ୍ବର)କୁ ୯ ବର୍ଷ ପୂରିଛି। ଆଜି ଏମ୍ସ, ଭୁବନେଶ୍ବର ତା’ର ପ୍ରତିଷ୍ଠା ଦିବସ ପାଳନ କରିବ। ପ୍ରତିଷ୍ଠା ଦିବସରେ ଏଠାରେ ‘ଏକମୋ’ ଚିକିତ୍ସା ଆରମ୍ଭ ହେବ।
କରୋନାରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ‘ଏକମୋ’ ଚିକିତ୍ସା ରାଜ୍ୟରେ କୌଣସି ସରକାରୀ ଡାକ୍ତରଖାନାରେ ନ ଥିବାରୁ ବହୁ ଗୁରୁତର ରୋଗୀଙ୍କୁ ବାହାର ରାଜ୍ୟକୁ ପଠାଯାଉଥିଲା। ଆବଶ୍ୟକତାକୁ ଲକ୍ଷ୍ୟ କରି ୧୫ଦିନ ତଳେ ଭୁବନେଶ୍ବର ଏମ୍ସକୁ ‘ଏକମୋ ଯନ୍ତ୍ର’ ଆସିଥିଲା। ସଂସ୍ଥାନର ପ୍ରତିଷ୍ଠା ଦିବସରେ ଏମ୍ସରେ ଏକମୋ ଯନ୍ତ୍ରକୁ ଲୋକାର୍ପିତ କରାଯିବ। ଅପରପକ୍ଷେ ଆଉ ଗୋଟିଏ ଏକମୋ ଯନ୍ତ୍ର ଆଣିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ପ୍ରକ୍ରିୟା ଚାଲିଥିବା ‘ଏମ୍ସ’ ଅଧୀକ୍ଷକ ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି।
Powered by Froala Editor