ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ପଲାଣଘାଟି ପାତା ସାହିରେ ବିଷାକ୍ତ ସାପ କାମୁଡାରେ ଜଣେ ମହିଳା ଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଡିମ୍ବୁ ମୁଣ୍ଡାଙ୍କ ସ୍ତ୍ରୀ ବୁଧୁନୀ ମୁଣ୍ଡା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ତାଙ୍କୁ କୈାଣସି ବିଷାକ୍ତ ସାପ କାମୁଡି ଦେଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଘଟଗାଁ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତ ମହିଳାଙ୍କ ଶବ ପାଟଣା ଡାକ୍ତରଖାନାରେ ବ୍ୟବଛେଦ କରାଯାଇଛି ।
Powered by Froala Editor