ଆମ୍ୱୁଲାନ୍ସରେ ରୋଗୀଙ୍କୁ ଗଣଦୁଷ୍କର୍ମ
ବିହାରରେ ହୋମଗାର୍ଡ ପରୀକ୍ଷା ବେଳେ ଅଚେତ୍ ହେଲେ ମହିଳା। ଡାକ୍ତରଖାନା ନେବା ବାଟରେ ଦୁଷ୍କର୍ମ କଲେ ଦୁର୍ବୃତ୍ତ। ଗୟା ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ହେଉଛି। ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ସମୟରେ ଦୌଡ଼ ପରୀକ୍ଷା ଦେଉଥିବା ଏହି ୨୬ ବର୍ଷୀୟ ମହିଳା ହଠାତ୍ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା। ସେ ଅଚେତ ଅବସ୍ଥାରେ ଥିବା ସମୟରେ ଆମ୍ବୁଲାନ୍ସ ଭିତରେ ୩ ରୁ ୪ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଦୁଇ ଦିନ ତଳେ ଅର୍ଥାତ ଜୁଲାଇ ୨୪ ତାରିଖରେ ବୋଧଗୟାର ବିହାର ମିଲିଟାରୀ ପୋଲିସ ପରେଡ ଗ୍ରାଉଣ୍ଡରେ ହୋମଗାର୍ଡ ନିଯୁକ୍ତି ପାଇଁ ଚାଲିଥିବା ଶାରୀରିକ ସହନଶୀଳତା ପରୀକ୍ଷା (ଫିଜିକାଲ ଏଣ୍ଡୁରାନ୍ସ ଟେଷ୍ଟ) ସମୟରେ ଘଟିଛି । ପରୀକ୍ଷା ସମୟରେ ଦୌଡ଼ ପରୀକ୍ଷା ଦେଉଥିବା ଏହି ୨୬ ବର୍ଷୀୟ ମହିଳା ହଠାତ୍ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା।
ସେ ଅଚେତ ଥିବା ସମୟରେ ଆମ୍ବୁଲାନ୍ସ ଭିତରେ ଅନେକ ଲୋକ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତାଙ୍କ ବୟାନ ପରେ, ବୋଧଗୟା ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିବା ବେଳେ ଆମ୍ବୁଲାନ୍ସ ଚାଳକ ବିନୟ କୁମାର ଓ ଟେକନିସିଆନ୍ ଅଜିତ୍ କୁମାରଙ୍କୁ ଗିରଫ କରିଛି ପୁଲିସ। ୩-୪ଜଣ ଦୁଷ୍କର୍ମ କରିଥିବା ନେଇ ମହିଳା ଅଭିଯୋଗ କରିଥିବା ବେଳେ ଏବେ ୨ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ।
Powered by Froala Editor