ଉଚ୍ଚ ଆକାଶରେ ହେଲା ହୃଦ୍ଘାତ, ଅଷ୍ଟ୍ରେଲୀୟ ସ୍କାଇଡାଇଭରଙ୍କ ମୃତ୍ୟୁ
ପାରାଗ୍ଲାଇଡିଂ ବେଳେ ୫୬ ବର୍ଷୀୟ ଅଷ୍ଟ୍ରେଲୀୟ ସ୍କାଇଡାଇଭର୍ ଫେଲିକ୍ସ ବମ୍ଗାର୍ଟନର୍ଙ୍କର ମୃତ୍ୟୁ ହୋଇଛି । ଆକାଶରୁ ଲମ୍ଫ ଦେବା ପରେ ତାଙ୍କର ହୃଦ୍ଘାତ ହୋଇଥିଲା । ଯେଉଁଥିପାଇଁ ସେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ପ୍ରାଣ ହାରିଥିଲେ ବୋଲି ଜଣାପଡିଛି ।
୨୦୧୨ ମସିହାରେ ‘ଏଜ୍ ଅଫ୍ ସ୍ପେସ୍’ ଜମ୍ପ୍ ମାଧ୍ୟମରେ ରେକର୍ଡ କରି ଫେଲିକ୍ସ ଖ୍ୟାତି ଅର୍ଜନ କରିଥିଲେ । ଗତ ଗୁରୁବାର ଫେଲିକ୍ସ ଏକ ପାୱାର୍ଡ ପାରାଗ୍ଲାଇଡର୍ ଉଡ଼ାଉଥିଲେ । ମଝି ଆକାଶରେ ଉଡ଼ାଣ ସମୟରେ ସେ ସମ୍ଭବତଃ ହୃଦ୍ଘାତର ଶିକାର ହୋଇଥିଲେ । ତା’ପରେ ନିୟନ୍ତ୍ରଣ ହରାଇ ଲେ ମିମୋସ ଫ୍ୟାମିଲି କ୍ୟାମ୍ପିଙ୍ଗ୍ ଭିଲେଜ୍ରେ ଏକ ହୋଟେଲର ସ୍ୱିମିଂ ପୁଲ୍ରେ ସେ ଖସିପଡ଼ିଲେ । ଫଳରେ ଗମ୍ଭୀର ଭାବେ ଆହତ ହୋଇଥିଳେ । ତୁରନ୍ତ ତାଙ୍କୁ ଏୟାର ଆମ୍ବୁଲାନ୍ସ ଡକାଗଲା, କିନ୍ତୁ ଚିକିତ୍ସା ପୂର୍ବରୁ ତାଙ୍କର ପରଲୋକ ହୋଇସାରିଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୨, ଅକ୍ଟୋବର ୧୪ ତାରିଖରେ ଫେଲିକ୍ସ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିଲେ । ରେଡ୍ ବୁଲ୍ ଷ୍ଟ୍ରାଟୋସ୍ ପ୍ରୋଜେକ୍ଟରେ ସେ ଏକ ହିଲିୟମ୍ ବେଲୁନ୍ରେ ପୃଥିବୀଠୁ ପ୍ରାୟ ୩୯ କିମି ଉପରକୁ ଉଡ଼ିଥିଲେ । ସେଠାରୁ ଏକ ଚାପଯୁକ୍ତ ପୋଷାକରେ ତଳକୁ ଲମ୍ଫ ଦେଇଥିଲେ । ଏ ପ୍ରକାର ଲମ୍ଫ ଜରିଆରେ ଶବ୍ଦ ବାଧାର ପ୍ରାଚୀରକୁ ଭାଙ୍ଗିଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଥିଲେ ଫେଲିକ୍ସ । ଲମ୍ଫ ଜରିଆରେ ସେ ସର୍ବୋଚ୍ଚ ମାନବ ବେଲୁନ୍ ଉଡ଼ାଣ, ସର୍ବୋଚ୍ଚ ଫ୍ରିଫଲ୍ ଜମ୍ପ୍ ଏବଂ ଦ୍ରୁତତମ ମାନବ ଫ୍ରିଫଲ୍ ରେକର୍ଡ କରିଥିଲେ ।
Powered by Froala Editor