ମାଡ଼ି ମାଡ଼ି ଚାଲିଛି ଡେଙ୍ଗୁ, ସପ୍ତାହକ ମଧ୍ୟରେ ୫୭ ରୋଗୀ ଚିହ୍ନଟ
ଭୁବନେଶ୍ୱର : ମାଡ଼ି ମାଡ଼ି ଚାଲିଛି ଡେଙ୍ଗୁ । ସ୍ଥିତି ଅସହ୍ୟ ହେଲାଣି । ମାତ୍ର ସପ୍ତାହକ ମଧ୍ୟରେ ୫୭ ରୋଗୀ ଚିହ୍ନଟ ଏବେ ବିଏମ୍ସି ପାଇଁ ମୁଣ୍ଡବିନ୍ଧା ପରିସ୍ଥିତି ସୃଷ୍ଟି କରିଛି । ସେପଟେ ଗତ ୩ ଦିନ ହେବେ ଟେଷ୍ଟିଂ ବନ୍ଦ ରହିଛି । ଫଳରେ ଲକ୍ଷଣ ଦେଖା ଯାଉଥିବା ଆକ୍ରାନ୍ତଙ୍କ ଟେଷ୍ଟିଂ ହୋଇପାରୁନାହିଁ ।
କରେନାର ମାଡ଼ରେ ଭୁବନେଶ୍ୱର ଠିକ୍ ଭାବେ ଅଣ୍ଟା ସଳଖିନି । ନଇଁ ପଡ଼ିଥିବା ଅଣ୍ଟାରେ ପୁଣି ଡେଙ୍ଗୁ ମାଡ଼ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛିି ।ନିଳାଦ୍ରିବିହାର, ଚନ୍ଦ୍ରଶେଖରପୁର ଏବଂ କଳ୍ପନା ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରି ଚାଲିଥିବା ବେଳେ ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ମାଡିଛି ।ନାଗେଶ୍ୱର ଟାଙ୍ଗି ଅଞ୍ଚଳରୁ ୬ ପଜିଟିଭ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଜଣେ ପୂର୍ବତନ କର୍ପୋରେଟର ପରିବାରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଗୌତମ ନଗରରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଭୋଇ ସାହି ଅଞ୍ଚଳରେ ଏକାଧିକ ଲୋକେ ଜ୍ୱରରେ ପଡିଛନ୍ତି । ପୂର୍ବରୁ ୩ ଅଞ୍ଚଳରୁ ୫୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ବିଏମ୍ସି ପକ୍ଷରୁ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ସୃଷ୍ଟି ହୋଇଛି ।
Powered by Froala Editor