ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ

ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହାର କାରଣ ଇଞ୍ଜିନରେ ତ୍ରୁଟି ବୋଲି କୁହାଯାଉଛି।
ଇଣ୍ଡିଗୋ ବିମାନ 6E 6271 ଦିଲ୍ଲୀରୁ ଗୋଆ (ଦିଲ୍ଲୀ ଗୋଆ ଇଣ୍ଡିଗୋ ଫ୍ଲାଇଟ) ପାଇଁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। ଉଡ଼ାଣ ଭରିବା ପରେ ଇଣ୍ଡିଗୋ ବିମାନରେ ଦେଖାଦେଲା ତ୍ରୁଟି। ଆଗକୁ ନଯାଇ ପାଖାପାଖି ଏକ ଘଣ୍ଟା କାଳ ଆକାଶରେ ଚକ୍କର କାଟିଲା ବିମାନ।
ବିମାନର ନିର୍ଦ୍ଧାରିତ ଅବତରଣ ସମୟ ରାତି ୯ଟା ୪୨ଥିଲା, କିନ୍ତୁ ପାଇଲଟ ରାତି ପ୍ରାୟ ୯ଟା ୨୫ରେ ବିପଦ ସଙ୍କେତ ଦେଇଥିଲେ। ପାଇଲଟ ‘PAN PAN PAN’ କହିଥିଲେ, ଯାହା ପରେ ବିମାନଟି ରାତି ୯ଟା ୫୨ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା।
କୁହାଯାଉଛି ଯେ ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟ ବିମାନର ଇଞ୍ଜିନରେ ତ୍ରୁଟି ଯୋଗୁ PAN PAN PAN ଶବ୍ଦ କରିଥିଲେ। ଏହା ଏକ ଜରୁରୀକାଳୀନ ବାର୍ତ୍ତା ଯାହା ଯେକୌଣସି ଜୀବନ ପ୍ରତି ବିପଦପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିକୁ ସୂଚିତ କରେ।
Powered by Froala Editor