୨୬ ପର୍ଯ୍ୟନ୍ତ ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆବେଦନ ସମୟସୀମାକୁ ପୁଣିଥରେ ବୃଦ୍ଧି କରାଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ଏବଂ ଜୁଲାଇ ୨୮ ଯାଏ ଫି’ ଦାଖଲ କରିପାରିବେ । କରୋନା ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ତାରିଖ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, କଲେଜର ଏମବିଏ, ଏମସିଏ, ଏମଟେକ, ଏମ. ଆର୍କିଟେକ, ଏମ ପ୍ଲାନ, ଏମ ଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ଜୁନ ୧୭ରୁ ୨୪ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଏପ୍ରିଲ ୧୨ରେ ଓଜେଇଇ କର୍ତ୍ତୃପକ୍ଷ ସମ୍ଭାବ୍ୟ ତାରିଖ ଘୋଷଣା କରିଥିଲେ । ତେବେ କରୋନା ସଂକ୍ରମଣ ବଢ଼ିବାରୁ ତାହାକୁ ସ୍ଥଗିତ ରଖାଯାଇଛି ।
Powered by Froala Editor