ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥ ଟଣା

ପୁରୀ : ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥ ଟଣା। ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ତାଳଧ୍ଵଜ ପଛେ ପଛେ ଆସୁଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ମାଉସୀ ମା ଘର ଅଭିମୁଖେ ବାହାରିଲେ ତିନି ଠାକୁର। କୋଭିଡ୍ କଟକଣା କାରଣରୁ ପୂର୍ବ ବର୍ଷ ପରି ମଧ୍ୟ ଚଳିତ ବର୍ଷ ମହାପ୍ରଭୁଙ୍କ ଦିବ୍ୟ ସେବାରୁ ବଞ୍ଚିତ ରହିଲେ ଭକ୍ତ। ସେବାୟତମାନଙ୍କ ଦ୍ଵାରା ରଥ ଟଣା ହେଉଛି ।ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି।
ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି କାଳିଆ ଠାକୁର। ତେବେ କରୋନା କଟକଣା ମଧ୍ୟରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା।
Powered by Froala Editor