ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଜୁଲାଇ ୧୫ ତାରିଖରୁ ଖରିଫ ଋତୁ ଧାନ କିଣା ପାଇଁ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତେବେ ମନ୍ତ୍ରୀଙ୍କ ଏହି ସୂଚନା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ରାଜ୍ୟ ସରକାର ଚିରାଚରିତ ଢଙ୍ଗ ଛାଡି ନୂଆ ପଲିସି ଆଣନ୍ତୁ ବୋଲି ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।
ପୁଣି ଥରେ ପୁରୁଣା ବ୍ୟବସ୍ଥାକୁ ସରକାର ଆପଣାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଟୋକେନ ବ୍ୟବସ୍ଥାକୁ ଭୁବନେଶ୍ୱରରୁ ନିୟନ୍ତ୍ରଣ କରାଯିବ । ପ୍ରତ୍ୟେକ ମଣ୍ଡିରେ ହେଲ୍ପ ଡେସ୍କ ସ୍ଥାପନ ଲାଗି ଘୋଷଣା କରିଛନ୍ତି ସରକାର । ଯଦି ଜିଲ୍ଲା ସ୍ତରରେ ଧାନ ସଂରକ୍ଷଣ କମିଟିର କୌଣସି ବ୍ୟବସ୍ଥା ରହିବ ନାହିଁ । ତେବେ ଆଉ ହେଲ୍ପ ଡେସ୍କ ଘୋଷଣାର କୌଣସି ମାନେ ନାହିଁ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଗତବର୍ଷ ଚାଷୀ ମାନଙ୍କର ଅଭିଯୋଗର ଏପର୍ୟ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଫଳରେ ୧୫ ତାରିଖରୁ ଆରମ୍ଭ ହେବାକୁ ପଞ୍ଜିକରଣ ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଦେଖାଦେବ ବୋଲି ପ୍ରଦୀପ ଆଶଙ୍କା କରିଛନ୍ତି । ତେଣୁ ରାଜ୍ୟ ସରକାର ଚିରାଚରିତ ଢଙ୍ଗ ଛାଡି ନୂଆ ପଲିସି ଆଣନ୍ତୁ ବୋଲି ପ୍ରଦୀପ ଦାବି କରିଛନ୍ତି ।
ସେ କହିଛନ୍ତି ଯେ, , "ଗତ ଖରିଫ ଋତୁରେ ଧାନ କିଣାବିକାରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ଅନେକ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଟୋକେନ ଲାପ୍ସ ହୋଇଯିବାରୁ ବାଧ୍ୟ ହୋଇ ଚାଷୀ କମ୍ ଟଙ୍କାରେ ଧାନ ବିକ୍ରୟ କରିଥିଲେ । ବର୍ତ୍ତମାନ ସାମଗ୍ର ରାଜ୍ୟରେ ଡିଲରଙ୍କ ଇଚ୍ଛାରେ ମଣ୍ଡି ଚାଲିଛି । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଲିସି ତିଆରି କରନ୍ତୁ । କେବଳ ସେହି ଚିରାଚରିତ ଢଙ୍ଗରେ ଖରିଫ ଋତୁ ଚାଷୀ ପଞ୍ଜିକରଣ କରାନଯାଉ ।"
Powered by Froala Editor