Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ...

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ...

  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ...

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ...

  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ...

  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ...

  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ...

ରାଜ୍ୟ
Home ›› ରାଜ୍ୟ ››ଯାଜପୁରରେ ଝାଡାବାନ୍ତି : ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

ଯାଜପୁରରେ ଝାଡାବାନ୍ତି : ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

2025-06-12 05:11:26
15135
Share:
Facebook
Twitter
E-Mail
WhatsApp
Telegram
ଯାଜପୁରରେ ଝାଡାବାନ୍ତି : ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ବର: ଯାଜପୁର ଜିଲାରେ ଝାଡାବାନ୍ତି ଅଣାୟତ୍ତ ସ୍ଥିତିରେ ପହଞ୍ଚିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସନତ ପାତ୍ରଙ୍କର ମୃତ୍ୟୁ ଘଟିଥିଲା ବେଳେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁଳାରାମ ଶର୍ମାଙ୍କର ମୃତ୍ୟୁ ଘଟିଥିଲା।

ବୁଧବାର ଦାନଗଦି ବ୍ଲକର ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗ୍ରାମର ସୁଦର୍ଶନ ପାତ୍ର (୫୫)ଙ୍କ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ମେଡ଼ିକାଲରେ ବସନ୍ତ ପାତ୍ର(୬୨)ଙ୍କ ମୃତ୍ୟୁ ଘଟିଛି। ସେହିପରି ବଡ଼ଚଣା ବ୍ଳକର ସମିଆଁ ପଞ୍ଚାୟତ କଳକଳା ଗ୍ରାମର ମଦନମୋହନ ନାୟକ (୨୮) ଏବଂ ଶାଳପଡ଼ା ପଞ୍ଚାୟତ ତିଳପଦା ଗାଁର ବିରଞ୍ଚି ମଲ୍ଲିକ(୨୬)ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୋରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମର ରଞ୍ଜନ ମଳିକଙ୍କ ସ୍ତ୍ରୀ ଜାନକୀ (୫୫) ଙ୍କର ଅପରାହ୍ନରେ ମୃତ୍ୟୁ ଘଟିଛି।

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି ପରମେଶ୍ବର ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଭେଟିବା ସ‌ହ ମେଡ଼ିକାଲ କର୍ତ୍ତୃପକ୍ଷ ଓ ଜିଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ସ‌ହିତ ଆଲୋଚନା କରିଥିଲେ । ଚିକିତ୍ସାରେ ଯେପରି ଅବହେଳା ପ୍ରଦର୍ଶନ କରାନଯାଏ ସେଥ୍‌ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ। ରାଜ୍ୟ ସରକାର ଦୁଇଟି ଡାକ୍ତରୀ ଦଳ ରୋଗୀଙ୍କ ଚିକିତ୍ସା ନିମନ୍ତେ ପଠାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ଯୋଗାଇ ଦିଆଯିବ ବୋଲି ଆରଡିସି ସୂଚନା ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ବତନ୍ତ୍ର ଭାବେ ଦୁଇଟି ରାପିଡ ଅଞ୍ଚଳରେ ପହଞ୍ଚି ଜିଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟସ୍ତରୀୟ ଟିମ୍‌ରେ ଡାକ୍ତର, ଅଣୁଜୀବ ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀଙ୍କୁ ସାମିଲ କରାଯାଇଛି। ସମନ୍ୱିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦେଶକ ନିଜ ଟିମ୍ ସହ ମଧ୍ୟ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି। ବିଭାଗୀୟ ଶାସନ ସଚିବ ଅଶ୍ବଥୀ ଏସ୍. ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟସେବା ଏବଂ ଜନସ୍ବାସ୍ଥ୍ୟ ସେବା ଟିମ୍ ସମନ୍ୱିତ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି। ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ଏବଂ ଡିଏମଇଟି କାର୍ଯ୍ୟାଳୟର ନିର୍ଦେଶ କ୍ରମେ ବୁଧବାର କଟକ ବଡ ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଜପୁର ଅଭିମୁଖେ ଯାତ୍ରା କରିଛି। କଟକ ବଡ଼ ଡାକ୍ତରଖାନାରେ ମଙ୍ଗଳବାର ରାତି ସୁଦ୍ଧା ଯାଜପୁରରୁ ୨୪ଜଣ ଆକ୍ରାନ୍ତ ଆସିଥିବା ବେଳେ ଆଜି ୧୫ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ବଡ ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ବଡ଼ ଡାକ୍ତରଖାନାର ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି। ଡାକ୍ତରଖାନା ଡାଏରିଆ ୱାର୍ଡରେ ନର୍ସିଂ ଅଫିସରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।

ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହିସବୁ ଚିକିତ୍ସାଳୟକୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି। ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ରେଫର ହୋଇ ଆସିଥିବା ରୋଗୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍‌ସିବି ଅଧ୍ୟକ୍ଷଙ୍କୁ କୁହାଯାଇଛି। ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଟିମ୍ କ୍ଷେତ୍ରସ୍ତରରେ ସମସ୍ତ ପାନୀୟ ଜଳ ସ୍ରୋତ ଓ ଜଳ ଉତ୍ସକୁ ବିଶୋଧିତ କରୁଛନ୍ତି। ଖାଦ୍ୟ ତନଖି ଟିମ୍ ଏବଂ ରୋଗ ନିରୀକ୍ଷଣ ଟିମ୍ କ୍ଷେତ୍ରସ୍ତରରେ ସେମାନଙ୍କ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ଯଥେଷ୍ଟ ପରିମାଣର ହାଲୋଜେନ୍ ବଟିକା, ଓ.ଆର.ଏସ୍ ପ୍ୟାକେଟ, ଔଷଧ ଓ ସଚେତନତା ବାର୍ତ୍ତା ସମନ୍ୱିତ ସୂଚନା ପତ୍ର ଲୋକଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନ ଦ୍ବାରା ଗଣ ସଚେତନତା, ମାଇକ୍ ମାଧ୍ୟମରେ ସୂଚନା ପ୍ରଚାର ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବା, ବାହାରର ଦୂଷିତ ଖାଦ୍ୟ ନ ଖାଇବା, ନିରାପଦ ଜଳ ପିଇବା ଏବଂ ସ୍ବାସ୍ଥ୍ୟ ସୁରକ୍ଷା ଜନିତ ଅଭ୍ୟାସ ଆପଣେଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Powered by Froala Editor

Tags Direah, 7 dead

Related articles Odisha News Lens 4.1

  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15337
    May 23, 2026
  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13903
    May 23, 2026
  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର

    13765
    May 24, 2026
  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...
    ଦେଶ-ଦେଶାନ୍ତର

    ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...

    14774
    May 24, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14894
    May 24, 2026
  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14305
    May 24, 2026
  •  ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ
    ବିଶେଷ

    ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15340
    May 24, 2026
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15432
    May 24, 2026
  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ
    ଦେଶ-ଦେଶାନ୍ତର

    ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

    14094
    May 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ପରାମର୍ଶ

    15432
    May 24, 2026
  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13903
    May 23, 2026
  • ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15337
    May 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16875
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17495
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17541
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17926
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15340
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14962
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14374
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14500
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15560
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15418
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15160
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15650
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13982
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ଆହତ

    14774
    May 24, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15340
    May 24, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14894
    May 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In