Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ...

  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ...

  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ...

  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ...

  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ ...

ରାଜ୍ୟ
Home ›› ରାଜ୍ୟ ››ଯାଜପୁରରେ ଝାଡାବାନ୍ତି : ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

ଯାଜପୁରରେ ଝାଡାବାନ୍ତି : ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

2025-06-12 05:11:26
15062
Share:
Facebook
Twitter
E-Mail
WhatsApp
Telegram
ଯାଜପୁରରେ ଝାଡାବାନ୍ତି : ୭ ମୃତ, ୭୦୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ବର: ଯାଜପୁର ଜିଲାରେ ଝାଡାବାନ୍ତି ଅଣାୟତ୍ତ ସ୍ଥିତିରେ ପହଞ୍ଚିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସନତ ପାତ୍ରଙ୍କର ମୃତ୍ୟୁ ଘଟିଥିଲା ବେଳେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୁଳାରାମ ଶର୍ମାଙ୍କର ମୃତ୍ୟୁ ଘଟିଥିଲା।

ବୁଧବାର ଦାନଗଦି ବ୍ଲକର ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗ୍ରାମର ସୁଦର୍ଶନ ପାତ୍ର (୫୫)ଙ୍କ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ମେଡ଼ିକାଲରେ ବସନ୍ତ ପାତ୍ର(୬୨)ଙ୍କ ମୃତ୍ୟୁ ଘଟିଛି। ସେହିପରି ବଡ଼ଚଣା ବ୍ଳକର ସମିଆଁ ପଞ୍ଚାୟତ କଳକଳା ଗ୍ରାମର ମଦନମୋହନ ନାୟକ (୨୮) ଏବଂ ଶାଳପଡ଼ା ପଞ୍ଚାୟତ ତିଳପଦା ଗାଁର ବିରଞ୍ଚି ମଲ୍ଲିକ(୨୬)ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କୋରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମର ରଞ୍ଜନ ମଳିକଙ୍କ ସ୍ତ୍ରୀ ଜାନକୀ (୫୫) ଙ୍କର ଅପରାହ୍ନରେ ମୃତ୍ୟୁ ଘଟିଛି।

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି ପରମେଶ୍ବର ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଭେଟିବା ସ‌ହ ମେଡ଼ିକାଲ କର୍ତ୍ତୃପକ୍ଷ ଓ ଜିଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ସ‌ହିତ ଆଲୋଚନା କରିଥିଲେ । ଚିକିତ୍ସାରେ ଯେପରି ଅବହେଳା ପ୍ରଦର୍ଶନ କରାନଯାଏ ସେଥ୍‌ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ। ରାଜ୍ୟ ସରକାର ଦୁଇଟି ଡାକ୍ତରୀ ଦଳ ରୋଗୀଙ୍କ ଚିକିତ୍ସା ନିମନ୍ତେ ପଠାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ଯୋଗାଇ ଦିଆଯିବ ବୋଲି ଆରଡିସି ସୂଚନା ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ବତନ୍ତ୍ର ଭାବେ ଦୁଇଟି ରାପିଡ ଅଞ୍ଚଳରେ ପହଞ୍ଚି ଜିଲା ଟିମ୍ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜ୍ୟସ୍ତରୀୟ ଟିମ୍‌ରେ ଡାକ୍ତର, ଅଣୁଜୀବ ବିଶେଷଜ୍ଞ, ସଂକ୍ରାମକ ରୋଗ ବିଜ୍ଞାନୀଙ୍କୁ ସାମିଲ କରାଯାଇଛି। ସମନ୍ୱିତ ରୋଗ ନିରୀକ୍ଷଣ ପରିଯୋଜନାର ଯୁଗ୍ମ ନିର୍ଦେଶକ ନିଜ ଟିମ୍ ସହ ମଧ୍ୟ କ୍ଷେତ୍ର ଅନୁଧ୍ୟାନ କରୁଛନ୍ତି। ବିଭାଗୀୟ ଶାସନ ସଚିବ ଅଶ୍ବଥୀ ଏସ୍. ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟସେବା ଏବଂ ଜନସ୍ବାସ୍ଥ୍ୟ ସେବା ଟିମ୍ ସମନ୍ୱିତ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି। ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଯାଜପୁର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ଏବଂ ଡିଏମଇଟି କାର୍ଯ୍ୟାଳୟର ନିର୍ଦେଶ କ୍ରମେ ବୁଧବାର କଟକ ବଡ ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଜପୁର ଅଭିମୁଖେ ଯାତ୍ରା କରିଛି। କଟକ ବଡ଼ ଡାକ୍ତରଖାନାରେ ମଙ୍ଗଳବାର ରାତି ସୁଦ୍ଧା ଯାଜପୁରରୁ ୨୪ଜଣ ଆକ୍ରାନ୍ତ ଆସିଥିବା ବେଳେ ଆଜି ୧୫ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ବଡ ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ବଡ଼ ଡାକ୍ତରଖାନାର ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି। ଡାକ୍ତରଖାନା ଡାଏରିଆ ୱାର୍ଡରେ ନର୍ସିଂ ଅଫିସରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।

ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହିସବୁ ଚିକିତ୍ସାଳୟକୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି। ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ରେଫର ହୋଇ ଆସିଥିବା ରୋଗୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଏସ୍‌ସିବି ଅଧ୍ୟକ୍ଷଙ୍କୁ କୁହାଯାଇଛି। ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଟିମ୍ କ୍ଷେତ୍ରସ୍ତରରେ ସମସ୍ତ ପାନୀୟ ଜଳ ସ୍ରୋତ ଓ ଜଳ ଉତ୍ସକୁ ବିଶୋଧିତ କରୁଛନ୍ତି। ଖାଦ୍ୟ ତନଖି ଟିମ୍ ଏବଂ ରୋଗ ନିରୀକ୍ଷଣ ଟିମ୍ କ୍ଷେତ୍ରସ୍ତରରେ ସେମାନଙ୍କ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ଯଥେଷ୍ଟ ପରିମାଣର ହାଲୋଜେନ୍ ବଟିକା, ଓ.ଆର.ଏସ୍ ପ୍ୟାକେଟ, ଔଷଧ ଓ ସଚେତନତା ବାର୍ତ୍ତା ସମନ୍ୱିତ ସୂଚନା ପତ୍ର ଲୋକଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି। ଜିଲା ପ୍ରଶାସନ ଦ୍ବାରା ଗଣ ସଚେତନତା, ମାଇକ୍ ମାଧ୍ୟମରେ ସୂଚନା ପ୍ରଚାର ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବା, ବାହାରର ଦୂଷିତ ଖାଦ୍ୟ ନ ଖାଇବା, ନିରାପଦ ଜଳ ପିଇବା ଏବଂ ସ୍ବାସ୍ଥ୍ୟ ସୁରକ୍ଷା ଜନିତ ଅଭ୍ୟାସ ଆପଣେଇବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Powered by Froala Editor

Tags Direah, 7 dead

Related articles Odisha News Lens 4.1

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15227
    Aug 13, 2025
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15499
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....
    ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13481
    Aug 13, 2025
  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14610
    Aug 12, 2025
  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ
    ଦେଶ-ଦେଶାନ୍ତର

    ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ

    14771
    Aug 12, 2025
  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ
    ଦେଶ-ଦେଶାନ୍ତର

    ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ

    14005
    Aug 12, 2025
  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...
    ଦେଶ-ଦେଶାନ୍ତର

    ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...

    14245
    Aug 13, 2025
  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ
    ଦେଶ-ଦେଶାନ୍ତର

    ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ

    14637
    Aug 12, 2025
  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ
    ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15381
    Aug 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15499
    Aug 13, 2025
  • ଦେଶ-ଦେଶାନ୍ତର

    ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ରେକର୍ଡ

    14245
    Aug 13, 2025
  • ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15381
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16666
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17108
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15582
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15227
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13481
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14039
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15307
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15464
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14729
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14537
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14271
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14738
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

    14399
    Aug 12, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15227
    Aug 13, 2025
  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ

    14005
    Aug 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In