ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍ଙ୍କୁ ଦିଦି ଡାକୁଥିଲା ରାଜ

ମୁମ୍ବାଇ : ମଧ୍ୟପ୍ରଦେଶର ଇନ୍ଦୋର ନିବାସୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ମେଘାଳୟ ପୁଲିସ ସୋନମ୍ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନେଇ ସିଲଂରେ ପହଞ୍ଚିଛି । ଏଠାରେ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛି ପୁଲିସ। ଏହି ସମୟରେ ସୋନମ୍ଙ୍କ ଭାଇ ଗୋବିନ୍ଦ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ରାଜଙ୍କୁ ପ୍ରାୟ ତିନି ବର୍ଷ ହେବ ସୋନମ୍ ରାକ୍ଷୀ ବାନ୍ଧୁଥିଲା। ସେ ସୋନମ୍ଙ୍କୁ ଦିଦି ବୋଲି ଡାକୁଥିଲା।
ସୂଚନା ଯୋଗ୍ୟ,ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାନେ ପୁଲିସ ନିକଟରେ ଅପରାଧ କରିଥିବା ନେଇ ସ୍ୱୀକାର କରିଛନ୍ତି । ପଚରାଉଚରା ସମୟରେ ପୁଲିସ ନିକଟରେ ହତ୍ୟା କରିଥିବା ନେଇ ମାନିଛନ୍ତି । ହତ୍ୟା କରିବା ପରେ ମୃତଦେହକୁ ନେଇ ସିଲଂରେ ଏକ ଖାଇକୁ ଫିଙ୍ଗି ଦିଆଯାଇଥିବା ଇନ୍ଦୋର କ୍ରାଇମବ୍ରାଞ୍ଚ ଟିମ୍ ସ୍ପଷ୍ଟ କରିଛି । ଅଭିଯୁକ୍ତମାନଙ୍କୁ ଗତ ଦୁଇ ଦିନ ଧରି ଲଗାତାର ଜେରା କରିବା ସହିତ ରାଜାଙ୍କ ପତ୍ନୀ ସୋନମ୍ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି ।
ଏସିପି ପୁନମ ଚାନ୍ଦ ଯାଦବ କହିଛନ୍ତି ଯେ ଚାରି ଅଭିଯୁକ୍ତ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି । ହତ୍ୟାର ମାଷ୍ଟରମାଇଣ୍ଡ ହେଉଛି ରାଜ କୁଶୱାହା । ବିବାହ ପୂର୍ବରୁ ମଧ୍ୟ ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ଏମାନେ ଯୋଜନା କରିଥିଲେ, ହେଲେ ତାହା ସମ୍ଭବ ହୋଇନଥିଲା । ସୋନମ୍ ଓ ରାଜା ହନିମୁନରେ ଯିବା ପୂର୍ବରୁ ଅଭିଯୁକ୍ତମାନେ ଶିଲଂ ଚାଲିଯାଇଥିଲେ ।
Powered by Froala Editor