ସେନାପଟା ନୀତି, ୨ଟା ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଏଥିପାଇଁ ଆଜି ରାତ୍ର ପହଡଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ସେନାପଟା ଶେଷ ହେବା ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପରାମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତିକାନ୍ତି କରିଥାନ୍ତି । ଆସନ୍ତକାଲି ସ୍ନାନ ପୂର୍ଣ୍ଣିମା ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୦୮ ସୁବାଷିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଦା ମୁରତି ।
Powered by Froala Editor