ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

ଭୁବନେଶ୍ବର: ଆଜି ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ବିଜେଡି ବିଧାୟକ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତି ହେଉଛି। ଏହା ଏକ ବିଫଳତାର ବର୍ଷ। ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଏହା ଉପରେ ଆଲୋଚନା କରାଯାଇ ବହୁ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ରାଜ୍ୟରେ ଦୁର୍ନୀତି ବ୍ୟାପିଗଲାଣି। ଏହାର ଉତ୍ସ ରାଜ୍ୟ ସଚିବାଳୟ। ଭିନ୍ନ ଉପାୟରେ ଦୁର୍ନୀତି ଏବେ କାୟା ବିସ୍ତାର କରିଛି। ଏହାର ପର୍ଦାଫାସ କରାଯିବ।
Powered by Froala Editor