ମର୍ମନ୍ତୁଦ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
ମୟୁରଭଞ୍ଜ : ମୟୁରଭଞ୍ଜ କପ୍ତିପଦା ବ୍ଲକ ଶରତ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁରୁଣାପାଣି ପୋଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ଜଣେ ବାଇକ୍ ଆରୋହୀ ନିଜ ଗାଁକୁ ଯାଉଥିବାବେଳେ ପୁରୁଣାପାଣି ନିକଟରେ ଏକ ଅଜଣା ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor