ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିର ବୃଦ୍ଧି ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସହାୟତା ରାଶି ୬ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଏଥିରେ ୧୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି।
ବନ୍ୟଜନ୍ତୁ ଘର ଭାଙ୍ଗିଲେ ଅନ୍ତ୍ୟୋଦୟ ଘର ବା ସମାନ ଆର୍ଥିକ ରାଶି ମିଳିବ। ରୋଷେଇ ଘର, ଧାନ ରହୁଥିବା ଘର, ଗୁହାଳ ଭାଙ୍ଗିଲେ ୩ ହଜାର ଟଙ୍କା ମିଳିବ। ଏଥିସହ ପକ୍କା ପାଚେରି ଭାଙ୍ଗିଲେ ମିଟର ପିଛା ୫ ହଜାର, ସର୍ବାଧିକ ୨୫ ହଜାର ଟଙ୍କା ମିଳିବ।
ଉଲ୍ଲେଖ ଥାଉ କି ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ବୃଦ୍ଧି ପାଉଥିବା ଘଟଣା ଯୋଗୁଁ ୭୯୯ ଜଣଙ୍କ ଜୀବନ ଯାଇଛି। ସମସ୍ତ ଜିଲ୍ଲା ମଧ୍ୟରେ, ଢେଙ୍କାନାଳ ଏହି ଆକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ୧୪୭ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ରାଜ୍ୟରେ ସର୍ବାଧିକ।
Powered by Froala Editor