ଯେଉଁ ସରକାରୀ ଅଧିକାରୀ ଦୁର୍ନୀତି କରିବେ ସିଏ ଜେଲ୍ ଯିବେ: ସୁରେଶ ପୂଜାରୀ

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯେଉଁ ସରକାରୀ ଅଧିକାରୀ ଦୁର୍ନୀତି କରିବେ ସିଏ ଜେଲ୍ ଯିବେ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧା ହେବେ । ଦୁର୍ନୀତି ନକରି ସରକାରଙ୍କ କାର୍ଯ୍ୟରେ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ ବୋଲି ସିଧା ସିଧା କହିଛନ୍ତି ।
Powered by Froala Editor