ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ଆଜି

ପୁରୀ: ସୋମବାର ଦିନ ୧୧ଟାରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌର ସଦନରେ ଆଇନମନ୍ତ୍ରୀ ପୃଥ୍ୱୀରାଗ ହରିଚନ୍ଦନଙ୍କ ଅଧ୍ୟକ୍ଷାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ପ୍ଲାନ ନେଇ ରିପୋର୍ଟ ଦେବେ । ରାସ୍ତାଘାଟ, ପରିମଳ, ବିଜୁଳି, ସ୍ୱାସ୍ଥ୍ୟ ପରୀକ୍ଷା, ରେଳ ଚଳାଚଳ ନେଇ ବୈଠକରେ ଆଲୋଚନା ହେବ । ଚଳିତ ଥର ରଥଯାତ୍ରା କିପରି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି, ଭକ୍ତଙ୍କ ଦର୍ଶନ, ଆଇନଶୃଙ୍ଖଳା ବ୍ୟବସ୍ଥା ଏସବୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ପ୍ରଥମ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ନେଇ ହୋହଲ୍ଲା ହୋଇଥିଲା ।
Powered by Froala Editor