ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ସୋମବାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍ଗୟା ନାଇଡୁ । ଚଳିତ ବର୍ଷ ଭାରତ ସମେତ ସାରା ବିଶ୍ବର କୋଭିଡ ମହାମାରୀ ପରି ଏକ ବିପଦର ସାମନା କରୁଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନେ କୋଭିଡ୍ ନିୟମ ମାନି ରଥଯାତ୍ରା ପାଳନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ, ପୁରୀର ରଥଯାତ୍ରା କେବଳ ଓଡ଼ିଶା କାହିଁକି ସାରା ଭାରତର ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ବହୁପ୍ରତୀକ୍ଷିତ ଭକ୍ତିପୂର୍ଣ୍ଣ ସମାବେଶ । ଏହା ମଧ୍ୟ ଆମ ଦେଶର ବିବିଧତାପୂର୍ଣ୍ଣ ଓ ସମାବେଶୀ ସମାଜର ପ୍ରତୀକ । ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ନିଜର ଦିବ୍ୟତା ଓ ଭବ୍ୟତା ଦୃଷ୍ଟିରୁ ସମଗ୍ର ବିଶ୍ବରେ ଅତୁଳନୀୟ ।
Powered by Froala Editor