ବିସ୍ଫୋରକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ସୌମ୍ୟରଂଜନ

ଭୁବନେଶ୍ୱର : ପୁଣିଥରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିସ୍ଫୋରକ ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଗତ କିଛିଦିନ ଧରି ସେ ନିଜ ଖବରକାଗଜ ସମ୍ବାଦରେ ‘ଆମ ଘରର ହାଲଚାଲ’ ଲେଖି ଚର୍ଚ୍ଚା ସୃଷ୍ଟି କରିଥିଲେ ।
ସୌମ୍ୟରଂଜନ କହିଛନ୍ତିଯେ, କେନ୍ଦୁଝରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଦଶ ପନ୍ଦର ବର୍ଷ ଧରି ବହୁ ସମ୍ପତି ଆହରଣ କରିଛନ୍ତି । ତେଣୁ ସେମାନେ କେନ୍ଦୁଝରର ଋଣ ଶୁଝନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । ସେହିପରି ଗଣତନ୍ତ୍ରରେ ଭିନ୍ନ ମନ୍ତବ୍ୟକୁ ସମସ୍ତେ ସମ୍ମାନ ଦେବା ଦରକାର ବୋଲି ସେ କହିଛନ୍ତି ।
ପୂର୍ବରୁ ସେ ଆମ ଘରର ହାଲଚାଲରେ ରାଜ୍ୟ ଶାସନ ବ୍ୟବସ୍ଥାର ତୀବ୍ର ସମାଲୋଚନା କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ପଟେ ପ୍ରଶଂସା କରିବା ସହ ଅପରପକ୍ଷରେ ସମାଲୋଚନା କରିବାକୁ ବି ପଛାଇନଥିଲେ । ଆଜି ମଧ୍ୟ ସୌମ୍ୟରଂଜନ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟର ଋଣ ଶୁଝିବାକୁ ଆହ୍ୱାନ ଦେଇଛନ୍ତି ।
Powered by Froala Editor