ତାତିରୁ ମିଳୁନି ନିସ୍ତାର, ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୪.୮ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଅସହ୍ୟ ଗମର ଓ ଗୁଳୁଗୁଳିରେ ଆଉଟପାଉଟ ହେଉଛନ୍ତି ଲୋକେ । ଦିନ ହେଉ କି ରାତି ତାତିରୁ ନିସ୍ତାର ମିଳୁନି । ମଙ୍ଗଳବାର ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୩ଡିଗ୍ରୀ ପାର୍ କରିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩.୪ ଡିଗ୍ରୀ ହୋଇଛି । ସେହିପରି ବାଲେଶ୍ୱରରେ ସର୍ବାଧିକ ୩୪.୮ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ଚାନ୍ଦବାଲିରେ ୩୩.୪ ଡିଗ୍ରୀ ଓ ପାରାଦ୍ୱୀପ ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଆଦ୍ରତା ୬୭.୨ଡିଗ୍ରୀ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
Powered by Froala Editor