ବିସ୍ଫୋରକ ଲୁଟ୍ ଘଟଣାରେ ଗୋଦାମ ମାଲିକ ଗିରଫ

ରାଉରକେଲା: ରାଉରକେଲାରେ ମାଓବାଦୀମାନେ ୪ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଗୋଦାମ ମାଲିକଙ୍କୁ ଗିରଫ କରିଛି ପୁଲିସ । ବଡଗାଁର ବିସ୍ଫୋରକ ଗୋଦାମର ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ଘଟଣାରେ ତଦନ୍ତ କରୁଥିବା ଏସ୍ଆଇଟି ପୂର୍ବରୁ ଗୋଦାମ ମାଲିକଙ୍କୁ ରଖୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ବିସ୍ଫୋରକ ସାମଗ୍ରୀ ନେଇ ଯାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଛି ସୁନ୍ଦରଗଡ ପୁଲିସ । ଘଟଣାରେ ସରଣ୍ଡା ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
Powered by Froala Editor