କମିଲା ସୁନା ଦାମ୍
ଭୁବନେଶ୍ୱର : ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଗତକାଲି ସୁନା ଦର ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ବେଳେ ଏପ୍ରିଲ ୨୩ ଅର୍ଥାତ୍ ବୁଧବାର ସୁନା ଦର କମିଛି।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୮,୩୫୦ ଟଙ୍କା ରହିଛି । ଗତକାଲି ଏହା ୧,୦୧,୩୫୦ ଟଙ୍କା ଥିଲା । ଦିନକରେ ୩ ହଜାର ଟଙ୍କା ହ୍ରାସ ହୋଇଛି।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୦,୧୫୦ ଟଙ୍କା ରହିଛି । ଗତକାଲି ଏହା ୯୨,୯୦୦ ଥିଲା । ଏଥିରେ ୨,୭୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୭୬୦ ଟଙ୍କା ରହିଛି । ଗତକାଲି ଏହା ୭୬,୦୧୦ ଟଙ୍କା ଥିଲା । ଏଥିରେ ୨,୨୫୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor