ରେଳ ପ୍ରକଳ୍ପକୁ ବିରୋଧ ଆନ୍ଦୋଳନ, ଜେସିବିରେ ଚାପି ହୋଇ ଯୁବକ ମୃତ
ଭୁବନେଶ୍ବର: ରେଳ ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ସମୟରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ୮ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ପୁଲିସ କର୍ମଚାରୀ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଉରକେଲାର ବନ୍ଧମୁଣ୍ଡା ଅନ୍ତର୍ଗତ ବରକାନିରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ବରକାନିରେ ନୂଆ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରି ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ ସମୟରେ ଜଣେ ଯୁବକ ଜେସିବି ସାମ୍ନାକୁ ଚାଲିଆସିବାରୁ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
Powered by Froala Editor